ସଚେତନ ପାଇଁ ଚାଲିଛି ନୃତ୍ୟ ଓ ପଥପ୍ରାନ୍ତ ନାଟକ । ସଚେତନ ହେଲେ ଦୂର ହେବ ଅନ୍ଧ ବିଶ୍ୱାସ । କମିବ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ । ଏଭଳି କିଛି ଲକ୍ଷ୍ୟ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପୋଲିସ ପକ୍ଷରୁ ଚାଲିଛି ଅଭିନବ ପ୍ରୟାସ । ରାୟଗଡା ଜିଲ୍ଲାରେ ଗୁଣି ଗାରେଡି ସନେ୍ଦହରେ ବଢୁଛି ଅପରାଧ । ଅନ୍ଧବିଶ୍ୱାସ ଯୋଗୁ ବଳି ପଡୁଛନ୍ତି ନୀରିହ ଲୋକେ । କେଉଁଠି ନିଆଁପାଣି ବାସନ୍ଦ ବି ହେଉଛି । ଏନେଇ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୋଲିସ ଓ ଜିଲ୍ଲା ପ୍ରଶାସନ । ନୃତ୍ୟ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ଦିଆଯାଉଛି ବାର୍ତ୍ତା । ରାୟଗଡାରେ ଗତ ତିନି ବର୍ଷ ମଧ୍ୟରେ ଗୁଣି ଗାରେଡି ସନେ୍ଦହରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବିଶେଷ କରି ତାଢମା ପଞ୍ଚାୟତରେ ଗୁଣିଆ ସନେ୍ଦହରେ ଅନେକ ଅପରାଧ ଘଟୁଛି । ଯାହାକୁ ରୋକିବାକୁ ଚାଲିଛି ଏଭଳି ସଚେତନ କାର୍ଯ୍ୟକ୍ରମ । ଏଥିରେ ସାମିଲ ହୋଇ କୁସଂସ୍କାରକୁ ତ୍ୟାଗ କରିବା ପାଇଁ ସମୂହ ଶପଥ ନେଇଥିଲେ ଏଠିକାର ଶହ ଶହ ଆଦିବାସୀ । ଜିଲ୍ଲା ପୋଲିସ ଓ ପ୍ରଶାସନର ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଆଶା କରିବା ଏଥରୁ ସଚେତନ ହୋଇ  ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରୁ ଦୂରେଇ ରହିବେ ଲୋକେ ।

 

LEAVE A REPLY

Please enter your comment!
Please enter your name here