ଆତ୍ମହତ୍ୟାର ୧୨ ଦିନ ପରେ ବି ମଡେଲ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟି ପାରିନାହିଁ ପରଦା । ଆଜି ବି ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ କାହିଁକି ପୋଲିସ ଆକ୍ସନ ନେଉନାହିଁ , ନ୍ୟାୟ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଆତ୍ମହତ୍ୟା ପାଇଁ ସୁଇସାଇଡ ନୋଟରେ ପ୍ରେମିକାଙ୍କୁ ଦାୟୀ କରିବା , ପ୍ରେମିକା ଏବଂ ତାଙ୍କ ମାଙ୍କ ସହିତ କଥାହେବା ବେଳେ ସୌମ୍ୟ ପ୍ରତାରଣା ଏବଂ ଆତ୍ମହତ୍ୟା କଥା କହିବା ଏବଂ ଏହାର ଅଡିଓ ଭାଇରାଲ ହୋଇଥିଲା । ଏହାପରେ ବି ତଦନ୍ତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏପରିକି ଏଯାଏଁ ପ୍ରେମିକାଙ୍କୁ ଜେରା କରାଯାଇନଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here