ପଚାଶ ଟଙ୍କାରେ ମିଳୁଥିଲା ଆଇକାର୍ଡ । ଯିଏ ଯେଉଁ କଂପାନୀର ଆଇକାର୍ଡ ଖୋଜୁଥିଲା ତା ପାଇଂ ସେମିତି ଆଇଡେଣ୍ଟିଟି କାର୍ଡ ବନେଇ ଦେଉଥିଲେ । ଫଳରେ ଫେକ୍ ଆଇକାର୍ଡ ଦେଖାଇ ପୋଲିସକୁ ଚକମା ଦେଇ ବୁଲୁଥିଲେ ଅମାନିଆ । ଭୁବନେଶ୍ବର ଡମଣା ଅଞ୍ଚଳରେ ଏମିତି ଫେକ ଆଇକାର୍ଡ ତିଆରି କରୁଥିବା ସଂପର୍କରେ ସୂଚନା ପାଇବା ପରେ ଚଢାଉ କରିଥିଲା ପୋଲିସ । ଆଉ ଦୋକାନରୁ ଜବତ କରିଥିଲା ବିଭିନ୍ନ ନକଲି ଆଇକାର୍ଡ କପି । ପୋଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଆଇକାର୍ଡ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ଜବତ କରିଛି । ତେବେ ଗିରଫ ବ୍ୟକ୍ତି କହିଛନ୍ତି, ବିଭିନ୍ନ ସ୍କୁଲ, କଲେଜ ଓ ସଂସ୍ଥାମାନେ ଆବଶ୍ୟକ କରୁଥିବା ଆଇକାର୍ଡ ସେ ବନେଇଥାନ୍ତି । ଏବେ ଲକଡାଉନ ସମୟରେ ଯିଏ ଆଇକାର୍ଡ ବନେଇବାକୁ କହୁଥିଲେ, ସେ ବନେଇ ଦେଉଥିଲେ । ଏଥିରେ ତାଙ୍କର ଦୋଷ କଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସେ ।

LEAVE A REPLY

Please enter your comment!
Please enter your name here