ବାରମ୍ବାର ଗୁହାରୀ ସତ୍ୱେ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ପଦଯାତ୍ରାରେ ବାହାରିଛନ୍ତି ଶତାଧିକ ଚାଷୀ । ଫସଲ ବୀମା ରାଶି ଦାବିରେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ର ଶତାଧିକ ଚାଷୀ ଗୋଲମୁଣ୍ଡା ଠାରୁ ଧର୍ମଗଡ ପର୍ଯ୍ୟନ୍ତ ଚାଷୀ ସ୍ୱାଭିମାନ ପଦଯାତ୍ରାରେ ବାହାରିଛନ୍ତି । ଏବଂ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ତାଙ୍କ ଲକ୍ଷ୍ୟ ରହିଛି । ଗତବର୍ଷ ଗଣ୍ଡମେର,ଉଡେଶୃଙ୍ଗ,ବୋରଗୁଡା ଓ ଗୋଲମୁଣ୍ଡା ଏହି ଚାରୋଟି ପଞ୍ଚାୟତ , ଫସଲ ବୀମାରୁ ବାଦ ପଡିଥିବା ବେଳେ ଅନ୍ୟ ୨ଟି ପଂଚାୟତର ଫସଲ କଟା ରିପୋର୍ଟକୁ ପୁନ ଆକଳନ କରିବାକୁ ଏହି ପଦଯାତ୍ରା କରାଯାଇଛି । ଚାଷୀ ନେତା ସାଉଳ ମଙ୍ଗରାଜ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆରମ୍ଭ ହୋଇଛି ।