ଅର୍କକ୍ଷେତ୍ର କୋଣାର୍କରେ ପ୍ରବଳ ବର୍ଷା । ଦୁଇ ଦିନର ଲଗାଣ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଜଳମଗ୍ନ ହୋଇଛି । ଫଳରେ ଦେଶ ବିଦେଶର ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବର୍ଷା ଯୋଗୁଁ କୋଣାର୍କକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଛତା ଧରି କଲବଲ ହେଉଥିବା ଦେଖିବାକୁ ମିଳୁଛି । କୋଣାର୍କ ମନ୍ଦିର ଠାରୁ ଅତି କମରେ ୧୦୦ ମିଟର ଅଞ୍ଚଳରେ ପାଣି ଜମି ରହିଥିବା ଯୋଗୁଁ ପର୍ଯ୍ୟଟକମାନେ ମଧ୍ୟ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏବଂ କୋଣାର୍କ ମନ୍ଦିର ପରିସରରେ ମଧ୍ୟ ଗୋଟିଏ ନଦୀର ଭ୍ରମ ସୃଷ୍ଟି ହୋଇଛି । ମୁଣ୍ଡରେ ପଲିଥିନ୍ ଧରି କିଛି ପର୍ଯ୍ୟଟକ ଯାଉଥିବା ଚିତ୍ର ମଧ୍ୟ ଆପଣଙ୍କ ସାମ୍ନାରେ । ଗୋପ ଅଞ୍ଚଳରେ ସ୍ଥାନୀୟ ଲୋକେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବେହାଲ ସ୍ଥିତିର ସାମ୍ନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here