ପୁଣି କରୋନାରେ ଆକ୍ରାନ୍ତ ହେଲେ ଛାତ୍ରଛାତ୍ରୀ । ସ୍କୁଲ ଖୋଲିବାର ୫ ଦିନ ମଧ୍ୟରେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ୩ଟି ହାଇସ୍କୁଲରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଙ୍କ୍ରମିତ ହୋଇଥିବା ଖବର ମିଳିଛି । କେଜିପି ସରକାରୀ ହାଇସ୍କୁଲ, ହେମସାଗର ହାଇସ୍କୁଲ ଏବଂ ପାକେଲପଡାରେ ଥିବା ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ସଙ୍କ୍ରମିତ ଥିବା ଜଣାପଡିଛି । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ସ୍କୁଲରୁ କରୋନା ଚିହ୍ନଟ ହେବା ପରେ ହଷ୍ଟେଲ, ସ୍କୁଲ ଶ୍ରେଣୀ ଏବଂ ଶୌଚାଳୟକୁ ସାନିଟାଇଜ୍ କରାଯାଇଛି । ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ପୁରା ଜିଲ୍ଲାରେ ଚିନ୍ତା ବଢିଛି । ବ୍ଲକ ବିଡିଓ ଓ ବିଇଓ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ଗଜପତି ମୋହନାରୁ ୨୧ ଜଣ ଶିକ୍ଷକ ଏବଂ ଦୁଇ ଜଣ ପିଲା କରୋନା ସଙ୍କ୍ରମିତ ହୋଇଥିଲେ ।