ବିଦ୍ୟୁତ ଆଘାତରେ ହାତୀ ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନବିଭାଗ ଅନ୍ତର୍ଗତ ବାଘଘରିଆ ଗ୍ରାମାଞ୍ଚଳରେ ଘଟିଛି ଏହି ଘଟଣା । ଶୀକାରି ବିଛେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ନିକଟରେ ଗତ ଅଗଷ୍ଟ 25 ତାରିଖରେ କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ମାଇହାତୀ ମରିଥିଲେ । ଏହି ଘଟଣାରେ ଆଞ୍ଚଳିକ ବନ ସଂରକ୍ଷକ ଅଧିକାରୀ ସଦର ରେଞ୍ଜ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ କୃଷି ବିଜ୍ଞାନ କେନ୍ଦ୍ରରେ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ ତାର ଯୋଗୁ ହାତୀ ଦୁଇଟି ମରିଥିବାରୁ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରିଯାଇଛି ।

LEAVE A REPLY

Please enter your comment!
Please enter your name here