ରାଜ୍ୟରେ ପୁଣି ଶୁଭିଲା ଭୋକିଲା ପେଟର କାନ୍ଦିବା ଶଦ୍ଦ । ଖାଇବାକୁ ନପାଇ ନିଜର ୧୭ ଦିନର ଛୁଆକୁ ବିକ୍ରି କରିବାକୁ ଯାଉଥିଲା ମାଲକାନଗିରି ଜିଲ୍ଲାର ଜଣେ ବଣ୍ଡା ଯୁବକ । ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତ କାତାମଗୁଡା ଗାଁର ମାଙ୍ଗତୁ ଚାଲାଣ ନାମକ ଏହି ବଣ୍ଡା ଯୁବକ ପିଲା ବିକ୍ରି କରିବାକୁ ଯାଉଥିବା ସମୟରେ ଉଦ୍ଧାର କଲା ଶିଶୁ ମଙ୍ଗଳ କମିଟି । ଜୟପୁର ନିକଟସ୍ଥ ରାସ୍ତାରୁ ଶିଶୁଟିକୁ ଉଦ୍ଧାର କରାଯିବା ସହିତ ମାଲକାନଗିରି ଆଣିଛି ଶିଶୁ କମିଟି । ଏଥିସହିତ ଉଦ୍ଧାର ଶିଶୁ କନ୍ୟାଟିର ସମସ୍ତ ଦାୟିତ୍ୱ ମଧ୍ୟ ନେଇଛି କମିଟି । ମାଙ୍ଗତୁଙ୍କ ୬ଟି ସନ୍ତାନ । ତାଙ୍କ ସ୍ତ୍ରୀ ନୂଆବର୍ଷରେ ଶିଶୁ କନ୍ୟାଟିକୁ ଜନ୍ମ ଦେବା ସହ ମୁଦୁଲିପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଖି ବୁଜିଦେଇଥିଲେ । ତେବେ ୬ସନ୍ତାନ ସହ ବାପା ମାଙ୍କ ଭରଣ ପୋଷଣରେ ଅକ୍ଷମ ଯୋଗୁଁ ସେ ଶିଶୁକନ୍ୟାଟିକୁ ବିକିବାକୁ ଯାଉଥିବା କହିଛି ମାଙ୍ଗତୁ

LEAVE A REPLY

Please enter your comment!
Please enter your name here