ପବିତ୍ର ଦୀପାବଳି ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହି ଗହଳି ଭିତରେ ଚାପି ହୋଇ ଜଣେ ବୃଦ୍ଧା ହବିଷ୍ୟାଳି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପୁରୀ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ସକାଳେ ମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। ଦର୍ଶନ କରିବାକୁ ଅସିଥିବା ଜଣେ ବୃଦ୍ଧା ଠେଲାପେଲାରେ ଚାପି ହୋଇ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ବାହାରକୁ ଅଣାଯାଇଥିଲା। ଶ୍ରୀମନ୍ଦିର ଆମ୍ବଲାନ୍ସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ବୃଦ୍ଧାଙ୍କ ପରିଚୟ ମିଳିପାରି ନଥିବାରୁ ତାଙ୍କ ସମ୍ପର୍କୀୟମାନେ କେହି ଡାକ୍ତରଖାନାରେ ପହଞ୍ଚି ପାରି ନାହାଁନ୍ତି।

LEAVE A REPLY

Please enter your comment!
Please enter your name here