ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି । ଫନିର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ନୀଳଗିରିର ଉପଜିଲାପାଳ ବିଶାଲ ସିଂହଙ୍କ ସହ ବାଲେଶ୍ଵର ଏସ୍ ପି ଉପସ୍ଥିତ ରହିଥିଲେ । ଫନି କୁ ମୁକାବିଲା ପାଇଁ ଜିଲ୍ଲାପାଳ ସମସ୍ଥ ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍ବାସ୍ଥ୍ୟ ବିଭାଗକୁ ସଜାଗ ଏବଂ ଯୋଗାଣ ବିଭାଗକୁ ଖାଦ୍ୟ ମହଜୁଦ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାସହ ସମସ୍ତ ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ ବୋଲି ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ନିଦେ୍ର୍ଦଶ ଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଥିବା ବେଳେ ବିଭିନ୍ନ ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।