ବଢୁଛି ମୁଣ୍ଡ । କ୍ଷୀଣ ହୋଇଗଲାଣି ଶରୀର । ଖାଲି ଯାହା ନିଶ୍ୱାସ ପ୍ରଶ୍ୱାସ ନେଉଛି ଶୁଭମ୍ । । ଏହି ଗରିବ ପରିବାରକୁ ଯେମିତି ସବୁ ଦୁଃଖ ଅଜାଡି ଦେଇଛନ୍ତି ଭବବାନ୍ । ଶୁଭମଙ୍କୁ ମାତ୍ର ଦେଢବର୍ଷ । ଗୋଟିଏ ପୁଅକୁ ଏମିତି ଅବସ୍ଥାରେ ଦେଖି କେମିତି ସହିପାରିବେ ବାପା-ମା । ଅନେକ ମେଡିକାଲରେ ଶୁଭମଙ୍କୁ ବାପା-ମା ଦେଖାଇସାରିଲେଣି । କିନ୍ତୁ ଶୁଭମଙ୍କୁ ଠିକ୍ କରିବା ପାଇଁ ଏବେ ଅଭାବୀ ପରିବାର ପାଇଁ ଅର୍ଥ ସାଜିଛି ବାଧକ । କେନ୍ଦୁଝର ହାଟଡିହି ବ୍ଲକ ପଢିଆରୀପଲ୍ଲୀ ଗାଁର ରମାକାନ୍ତ ଏବଂ ମିଲି ପାତ୍ରଙ୍କ ପୁଅ ଶୁଭମ୍ । ଟ୍ୟୁମର ରୋଗର ଶିକାର ହୋଇଥିବା ପୁଅକୁ ନେଇ ଏବେ ଚିନ୍ତାରେ ପରିବାର । କିଛିମାସ ତଳେ ଶୁଭମର ଚିକିତ୍ସା ପାଇଁ ପରିବାର ଲୋକେ କଟକ ବଡ ଡାକ୍ତରଖାନାକୁ ନେଇଥିଲେ ହେଁ କରୋନା କଟକଣା ପାଇଁ ଚିକିତ୍ସା କରି ନପାରି ଫେରି ଆସିଥିଲେ । ତେବେ ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜୁଥିବା ସଂପର୍କରେ ଖବର ପ୍ରକାଶ ପାଇବା ପରେ ଏକ ସ୍ବେଚ୍ଛାସେବୀ ଅୁଷ୍ଠାନ ଜୟଦୁର୍ଗା ଫାଉଣ୍ଡେସନ ସହଯୋଗର ହାତ ବଢାଇଛି । ଫାଉଣ୍ଡେସନ ତରଫରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here