ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବରେ ଅସ୍ତବ୍ୟସ୍ତ ଧନଜୀବନ । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଧୋଇ ହୋଇଗଲାଣି । ଏପଟେ ଲଗାଣ ବର୍ଷା ଫଳରେ ଯାଜପୁର ସବ୍ ଜେଲ୍ ର ସୁରକ୍ଷା ପାଚେରୀ ଭୁଷୁଡି ପଡିଛି । ଗୁରୁବାର ପାଖାପାଖି ରାତି 2ଟାରେ ଜେଲ୍ ର ପାଚେରୀ ଭୁଷୁଡି ପଡିଥିବା ସୂଚନା ଦେଇଛନ୍ତି ଜେଲର ଲକ୍ଷ୍ମୀ ମୁଖୀ । ଏଥିରେ କୌଣସି କଏଦୀ ଆହତ ହୋଇନଥିବା ଜଣାପଡିଛି । ତେବେ ପାଚେରିଟି ବହୁ ପୁରୁଣା ବୋଲି ଭୁଷୁଡ଼ିପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏସପିଙ୍କ ନିର୍ଦ୍ଦେଶରେ ଫୋର୍ସ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here