ପାଖେଇ ଆସୁଛି ପାର୍ବଣର ଋତୁ । ବିଭିନ୍ନ ପୂଜା କମିଟି ଦ୍ୱାରା ଆରମ୍ଭ ହେବ ତୋରଣ ନିର୍ମାଣ । ଭକ୍ତମାନେ ଶ୍ରଦ୍ଧାରେ ନିଜର ଯୋଗଦାନ ଦେବା ସହ ପୂଜା କମିଟିଗୁଡିକ ମଧ୍ୟ ତତ୍ପର ହୋଇଉଠିଛନ୍ତି । ପାର୍ବଣର ଅବସରକୁ ଆଖି ଆଗରେ ରଖି ଚଳିତ ବର୍ଷ କମିସନରେଟ ପୋଲିସ କଡା ନିୟମ ଲାଗୁ କରିଛି । ପୂଜା କମିଟିଗୁଡିକ ପାଇଁ ଏଥର ସ୍ୱତନ୍ତ୍ର ସର୍ତ୍ତାବଳୀ ଲାଗୁ ହୋଇଛି ।

କମିସନରେଟ ପୁଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । କମିଟିର ସଦସ୍ୟମାନେ ବଳପୂର୍ବକ ଚାନ୍ଦା ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତି ଚାନ୍ଦା ମାଗନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭିନ୍ନ ସମୟରେ ପୂଜା କମିଟିର ସଦସ୍ୟ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ପୂର୍ବରୁ ଆସେ ତେଣୁ ଏଥର ଆଗୁଆ ଆଡଭାଇଜରୀ ଜାରି କରାଯାଇଛି । ଯେଉଁଥିରେ ପୂଜା ପୂର୍ବରୁ ଥାନା ଅଧିନରେ ଥିବା ପୂଜା କମିଟି ଗୁଡିକ ସହିତ ପ୍ରସ୍ତୁତି ବୈଠକ କରିବେ ବୋଲି କୁହାଯାଇଛି । ଯଦି ଏହାସତ୍ୱେ କାହାଠାରୁ ଜୋରଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୁଏ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here