ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଯେଉଁଥିରେ ଏ-ୱାନ୍ ନାମକ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି. ମିଳିଥିବା ସୂଚନା ଅନୁସାରେ, ଭୋର୍ ପ୍ରାୟ 4 ଟା ସମୟରେ ବସଟି ବଣାଇ ଦେଇ 143 ନଂ ଜାତୀୟ ରାଜପଥରେ ଆସୁଥିଲା. ମାତ୍ର ପ୍ରବଳ ମାତ୍ରାରେ କୁହୁଡି ଥିବା ହେତୁ ରାସ୍ତା ଭଲଭାବେ ଦେଖାଯାଉନଥିଲା. ଫଳରେ ବସଟି ଓଲଟି ପଡିଥିଲା. ତେବେ ଏହି ଦୁର୍ଘଟଣାରେ ପ୍ରାୟ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here