ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲିଛି ଶିଶୁ ଆଶ୍ରୟ ସ୍ଥଳ । ଢେଙ୍କାନାଳ ପରେ ଅନ୍ୟ ଜାଗାରେ ବି ଖୋଲୁଛି ଗୁମର । ବାଲେଶ୍ୱରରେ ଥିବା ଗୁଡ ନୁ୍ୟଜ୍ ହୋମର ଆଉ ଏକ ଶାଖାରେ ପୋଲିସ ଚଢଉ କରି ତାଲା ପକାଇଛି । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସରସ୍ୱତୀପୁର ପଞ୍ଚାୟତରେ ଗତ ୨୦୦୭ ମସିହାରୁ ଗୁଡ ନୁ୍ୟଜ୍ ଇଣ୍ଡିଆ ଡ୍ରିମ ସେଣ୍ଟର ର ଉଦଘାଟନ ହୋଇଥିଲା । ଏହି ହୋମରେ ରହୁଥିଲେ ଛୋଟରୁ ବଡ ଛାତ୍ର ଛାତ୍ରୀମାନେ । ଗତ ନଭେମ୍ବର ୩୦ ତାରିଖ ଉକ୍ତ ସଂସ୍ଥାର ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ସ୍ଥିତ ସେଣ୍ଟରରେ ଚାଲିଥିବା ଅନୈତିକ କାର୍ଯ୍ୟର ଅଭିଯୋଗ ପରେ ବାଲେଶ୍ୱର ଜିଲ୍ଲାରେ ଥିବା ସେଣ୍ଟର ଉପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା । ଉକ୍ତ ସେଣ୍ଟରରେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଉଲ୍ଲଘଂନ କରି ବେଆଇନ ଭାବେ ଅନୁଷ୍ଠାନକୁ ଚଳାଉଥିବାର ସ୍ପଷ୍ଟ ହୋଇଥିଲା । ସୋମବାର ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମନୋଜ କୁମାର ସେନାପତିଙ୍କ ସହ ୯ଜଣିଆ ଟିମ୍ ଏବଂ ଶିଶୁ ମଙ୍ଗଳ କମିଟି ଶ୍ରୀ ବାରିକଙ୍କ ସହ ୩ଜଣିଆ ଟିମ ପୋଲିସ ସହାୟତାରେ ସେଣ୍ଟରକୁ ତାଲା ପକାଇବା ସହ ପିଲାମାନଙ୍କୁ ସ୍ଥାନାନ୍ତରିତ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here