ବଲାଙ୍ଗୀରରେ ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଇବା ଘଟଣା ଏବେ ନୂଆ ମୋଡ଼ ନେଉଛି । ବିଧାୟକଙ୍କ ବିପକ୍ଷରେ ଆଜି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ ଜୋର ଦେଇଛି । ଆଜି ବି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ ଜାରି ରହିଛି । ଆଦିବାସୀ ସଂଘ ପକ୍ଷରୁ କଣ୍ଟାବାଞ୍ଜି ତହସିଲ ଅଫିସ୍‌ରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଆଦିବାସୀ ସଂଘ ପାରମ୍ପାରିକ ଅସ୍ତ୍ର ଓ ବାଦ୍ୟ ବଜାଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଏହି ସମୟରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ବୁଧବାର ଦିନ ବଲାଙ୍ଗୀର ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଇବା ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

LEAVE A REPLY

Please enter your comment!
Please enter your name here