ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ ବନ୍ଧନରେ ବାନ୍ଧିହେବା ପରେ ଏବେ ଆଉ ଦୁଇ ଜିଲ୍ଲାପାଳ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ସେମାନେ ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡା ଜିଲ୍ଲାପାଳ ସ୍ବେଧା ଦେବ ସିଂ । ଆସନ୍ତା 15 ତାରିଖରେ ସେମାନଙ୍କର ବାହାଘର ହେବ । ଆସ୍ନାତ 7 ତାରିଖରୁ ଉଭୟ ଜିଲ୍ଲାପାଳ ଲମ୍ବା ଛୁଟିରେ ଯିବେ ।
ରାୟଗଡା ଜିଲ୍ଲାପାଳଙ୍କ ଘର ବାରାଣାସିରେ ହୋଇଥିବାରୁ ଉଭୟଙ୍କ ବାହାଘର ବାରାଣାସୀରେ ଅନୁଷ୍ଠିତ ହେବ । ତେବେ ଉଭୟ ସମର୍ଥ ବର୍ମା ଓ ସ୍ବେଧା ଦେବଙ୍କ ଏହା ହେଉଛି ଦ୍ବିତୀୟ ବିବାହ । ପୂର୍ବରୁ ସମର୍ଥ ବର୍ମା ରେଳବାଇର ବରିଷ୍ଠ ଅଧିକାରୀ ସୂଚି ସିଂଙ୍କୁ ବିବାହ କରିଥିଲେ ହେଁ ସେମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ସେହିପରି ସ୍ବେଧା ଦେବ ସିଂ ପୂର୍ବରୁ ବର୍ତ୍ତମାନର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ବିବାହ କରିଥିଲେ ହେଁ ସେମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here