ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତି ପାଇବା ପରେ ତାଙ୍କ ପଦବୀରେ ଭାରପ୍ରାପ୍ତ ଅଧିକାରୀ ଭାବରେ ବିଜୟ କୁମାର ଶର୍ମା ଦାୟିତ୍ୱ ନେଇଛନ୍ତି । ବର୍ତ୍ତମାନ ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର । ବର୍ତ୍ତମାନ ସେ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here