ବୁଷ୍ଟର ଡୋଜ୍ ନେବାକୁ ଆଗ୍ରହ ଦେଖାଉନାହାଁନ୍ତି ଲୋକେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ପ୍ରତିଶତ ଲୋକେ ନେଇନାହାଁନ୍ତି ବୁଷ୍ଟର ଡୋଜ୍ । ଅର୍ଥାତ୍ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକ ନେଇନାହାଁନ୍ତି ବୁଷ୍ଟର ଡୋଜ୍ । ବର୍ତ୍ତମାନ ସୁଦ୍ଧା କେବଳ ୪୨ଲକ୍ଷ ୭୦ ହଜାର ୪୮୭ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ୍ । ଯାହାକି ମାତ୍ର ୧୩ ପ୍ରତିଶତ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲୋକ ନେଇନାହାଁନ୍ତି ଦ୍ୱିତୀୟ ଡୋଜ୍ ଟିକା । କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ୍ ୯୦ ପ୍ରତିଶତରୁ କମ୍ ଟିକାକରଣ ହୋଇଛି ।

LEAVE A REPLY

Please enter your comment!
Please enter your name here