ଆଜ୍ଞା ହଁ, ଆପଣ ଠିକ୍ ପଢିଲେ. ବେପରୁଆ ଗାଡି ଚାଳକଙ୍କ ପାଇଁ ଲାଗିବ ସ୍ପିଡ୍ ରାଡର ଗନ୍. ନଭେମ୍ବର 20 ତାରିଖ ଦିନ କଟକ ମହାନଦୀ ପୋଲରେ ଯେଉଁ ଦୁଃଖଦ ଦୁର୍ଘଟଣା ଘଟିଥିଲା ତାକୁ କେନ୍ଦ୍ର କରି ଗାଡି ଚାଳକଙ୍କ ସ୍ପିଡକୁ ମାପିବା ପାଇଁ ଏନଏଚ୍-16ରେ ସ୍ପିଡ ରାଡର ଗନ୍ ଲଗାଇବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର. 25ଟି ଦୁର୍ଘଟଣାଜନିତ ସ୍ଥାନରେ ଏହା ଲଗାଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ଖୋର୍ଦ୍ଧା ରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଲଗାଯିବ. ଏହି ସ୍ପିଡ୍ ରାଡର ଗନ୍ କୁ ସ୍ଥାପନ କରିବା ପାଇଁ 7 କୋଟି ଟଙ୍କା ଅନୁମୋଦନ କରାଯିବ. ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ବହୁତ ଜଲଦି ଟେଣ୍ଡର ମଧ୍ୟ ଜାରି କରିବ ବୋଲି ସୂଚନା ଦିଆଯାଇଛି. ଏହାକୁ ଲଗାଯିବା ଦ୍ୱାରା 700 ମିଟର ଦୂରରୁ ଗୋଟିଏ ଗାଡିର ଗତି ଜଣାପଡିବ ଏବଂ ସମସ୍ତ ଗାଡିର ଗତିପଥ ଉପରେ କମିଶନରେଟ ପୋଲିସ ନଜର ରଖିବ.













