ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ । ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ହାଟ ବଜାର ବଙ୍ଗାଳି ସାହିରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ପୀଡିତା ରହୁଥିବା ସାହିର ଯୁବକ ଗୁରୁପଦ ମାନ୍ନା । ପୀଡିତାଙ୍କ ପରିବାର ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଉଭୟଙ୍କୁ ଡାକ୍ତରୀ ମାଇନା କରିଛି । ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଡଣକ ଘରେ ଏକା ଥିବାର ସୁଯୋଗ ନେଇ ଅଭିଯୁକ୍ତ ଗୁରୁପଦ ମାନ୍ନା ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ପରିବାର ଲୋକେ ପହଞ୍ଚିବା ପରେ ପୋଲିସରେ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here