ପୁରୁଷ ହକି ବିଶ୍ୱକପ୍ ର ଗ୍ରାଣ୍ଡ ଓପନିଂ ସେରିମନିରେ ଯୋଗ ଦେବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ଓସ୍କାର ବିଜେତା ବଲିଉଡ କଣ୍ଠଶିଳ୍ପୀ ଏଆର ରହେମାନ. ନଭେମ୍ବର 27 ତାରିଖ କଳିଙ୍ଗ ଷ୍ଟାଡିୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ 28 ତାରିଖରେ ବାରବାଟୀ ଷ୍ଟାଡିୟମରେ ବି ନିଜ କଣ୍ଠର ଯାଦୁରେ ଫ୍ୟାନମାନଙ୍କୁ ଏଣ୍ଟରଟେନ କରାଇବେ. ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଉଭୟ ରହେମାନ ଓ ଦର୍ଶକ. ଆଉ ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅନେକ ଉତ୍ସାହ. ତେବେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରହେମାନ ସିଧାସଳଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ.

LEAVE A REPLY

Please enter your comment!
Please enter your name here