ଆପଣମାନେ ସମସ୍ତେ ଜାଣିଥିବେ, ନିର୍ବାଚନ ପାଖେଇ ଆସିଲେ ନେତାମାନେ ନିଜ ନିଜର ପୋଷ୍ଟର, ବ୍ୟାନର ଚାରିଆଡେ ବିଛାଇ ଦିଅନ୍ତି । ଖାଲି ପୋଷ୍ଟର କି ବ୍ୟାନର ନୁହେଁ ପ୍ରଚାର ସାଙ୍ଗକୁ ସବୁଠି ନାଲି ପାଣି ସହ ମାଂସର ଆସର ଜମେ । ଭୋଟରଙ୍କୁ ପ୍ରଲୋଭନ ଦେଖାଇ ନେତାମାନେ ପୁଳା ପୁଳା ପଇସା ଉଡେଇଥାଆନ୍ତି ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି ।  ତେବେ ସବୁବେଳେ ନିଜର ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ରହି ଆସୁଥିବା ସୁର ରାଉତରାୟ ଆଜି ଏକ ବଡ ବୟାନ ଦେଇଛନ୍ତି । ବିନା ପ୍ରଚାର ଓ ବିନା ଟଙ୍କାରେ ନିର୍ବାଚନ ଲଢ଼ିବେ କଂଗ୍ରେସର ଜଟଣୀ ଆସନରେ ପ୍ରାର୍ଥୀ ହୋଇଥିବା ସୁରେଶ କୁମାର ରାଉତରାୟ। ନିର୍ବାଚନରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ସହିଦ ପରିବାର ଏବଂ ଜଟଣୀ ରିଲିଫ ପାଣ୍ଠିକୁ ପ୍ରଦାନ କରିବେ ବୋଲି ସୁର ରାଉତରାୟ କହିଛନ୍ତି । ସାଧାରଣ ସଭା ହେବନି, ରାଲି କରାଯିବନି, ପୋଷ୍ଟର ଏବଂ ବ୍ୟାନର ଆବଶ୍ୟକତାଠାରୁ କମ୍‌ ଲଗାଯିବ  ଗୋଟିଏ ଦୁଇଟି ଗାଡ଼ି ଧରି ପ୍ରଚାର ପାଇଁ ଗାଁ ଗାଁ ବୁଲିବେ । ପାୱାର, ମଦମାଂସ କିଛି ବି କାମ ଦେବନି ବୋଲି ସୁର ରାଉତରାୟ କହିଛନ୍ତି । ଏହା ତାଙ୍କର ଶେଷ ନିର୍ବାଚନ। ଆଗକୁ ଆଉ ସେ ନିର୍ବାଚନ ଲଢ଼ିବେନି ବୋଲି ସୁର ରାଉତରାୟ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here