ଭୁବନେଶ୍ୱର : ପେନସନଧାରୀଙ୍କ ପାଇଁ ଆସିଯାଇଛି ଖୁସି ଖବର I ରାଜ୍ୟସରକାର ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା 5ପ୍ରତିଶତ ବୃଦ୍ଧି କରିଛନ୍ତି I ଏନେଇ ଗତକାଲି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି I ରାଜ୍ୟସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନେ 2019 ଜୁଲାଇ 1ରୁ ଏହି ବର୍ଦ୍ଧିତ ଭତ୍ତା ପାଇବେ I ସେମାନଙ୍କର ମହଙ୍ଗା ଭତ୍ତାର ପରିମାଣ 12%ରୁ 17%କୁ ବୃଦ୍ଧି ପାଇଛି I ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ମାସ ପେନସନରେ ସେମାନଙ୍କୁ ମିଳିବ I

LEAVE A REPLY

Please enter your comment!
Please enter your name here