ମହାନଦୀ ଟ୍ରିବ୍ୟୁନାଲରେ ଓଡିଶା-ଛତିଶଗଡ ଜଳ ବିବାଦକୁ ନେଇ ଶନିବାର ଶୁଣାଣି ହୋଇଛି । ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ କରିବାକୁ ଓଡିଶା ସରକାରଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି । ଛତିଶଗଡ ବେଆଇନ ବ୍ୟାରେଜ ନିର୍ମାଣ କରିବା ସହ ମହାନଦୀ ପାଣି ଅବରୋଧ କରୁଥିବା ନେଇ ଓଡିଶା ଅଭିଯୋଗ କରିଥିଲା । ପୂର୍ବରୁ ମହାନଦୀରେ ଅବବାହିକାରେ କେତେ ଜଳ ପ୍ରବାହିତ ହେଉଥିଲା, ସେନେଇ ଟ୍ରିବ୍ୟୁନାଲ ସବିଶେଷ ତଥ୍ୟ ମାଗିଛି । ଗତ ୨୦ ବର୍ଷର ବର୍ଷାଜଳ ପ୍ରବାହ ପରିମାଣ ତଥ୍ୟ ଦେବାକୁ ମଧ୍ୟ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ଓଡିଶାକୁ ଦୁଇ ସପ୍ତାହ ମହଲତ ଦିଆଯାଇଛି । ଓଡିଶାର ସତ୍ୟପାଠ ଦାଖଲ ପରେ ଛତିଶଗଡ ପ୍ରତିଜବାବ ଦାଖଲ କରିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବୃଆରୀ ୯ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here