ଆସୁଛନ୍ତି ମା | ମାଙ୍କ ଆଗମନକୁ ନେଇ ଚଳଚଂଚଳ ହୋଇଉଠିଛି ସହରଠୁ ଆରମ୍ଭ କରି ପୁରପଲ୍ଲୀ | ରାୟଗଡା ଅମ୍ବାଦଳା ଏବଂ ଆଖ ପାଖ ଅଞ୍ଚଳ ଶାରଦୀୟ ଦୁର୍ଗାପୂଜା ଲାଗି ମାଙ୍କ ଆବାହନ ନିମନ୍ତେ ଲାଗିପଡିଛନ୍ତି | ପ୍ରାୟ ପାଞ୍ଚ ହଜାର ମହିଳା ଓ ଛୋଟ ଛୋଟ ଝିଅମାନେ କଳସ ଶୋଭାଯାତ୍ରାରେ ବାହାରି ଅମ୍ବାଦଳା ଢ଼ାବା ପାଖ ଦୁଇଟି ନାଳର ସଙ୍ଗମ ସ୍ଥାନରେ ପହଞ୍ଚି ଥିଲେ | ସେଠାରେ ପୂଜକ ମାନଙ୍କଦ୍ୱାରା ରୀତି ନୀତି ଅନୁସାରେ ପୁଜାର୍ଚନା କରାଯାଇଥିଲା | ସମସ୍ତ ମହିଳାମାନେ ଜଳ ଭରା କଳସୀ ମୁଣ୍ଡରେ ଧରି ନଦୀକୂଳରୁ ବାହାରି ଦୁର୍ଗା ମଣ୍ଡପରେ ପହଞ୍ଚି ଥିଲେ | ପୂଜାକମିଟିର ସମସ୍ତ ସଦସ୍ୟମାନେ ବାଣ ଫୁଟାଇ ରୋଷଣୀ ବଜାଇ ବିଭିନ୍ନ ନାଚ ଗୀତର ଆସରା ଜମାଇଥିଲେ | ଏହି ଅବସରରେ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ସହିତ ଅନ୍ୟାନ୍ୟ ନେତା ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ |
ରାୟଗଡା: ସ୍ମୃତି ରଞ୍ଜନ ମହାନ୍ତି

LEAVE A REPLY

Please enter your comment!
Please enter your name here