ପିଏମ କିଷାନ ଯୋଜନାରେ ଚାଷୀ ଖାତାକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ଏଣେ ପିଏମ୍ କିଷାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ିଲେଣି ନୂଆ ସରକାର। ସିଏମ କିଷାନରେ ୫୦ ଲକ୍ଷରୁ ଅଧିକ ଚାଷୀ ଥିବା ବେଳେ ପିଏମ କିଷାନରେ ସଂଖ୍ୟା କମ ଥିଲା । ନୂଆ ସରକାର ଆସିବା ପରେ ବାଦ ପଡ଼ିଥିବା ଚାଷୀଙ୍କୁ ଯୋଡିବାକୁ ଗୁରୁତ୍ୱ ଦେଇଥିଲେ ।ଯେଉଁଥିରେ ୬ ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଛି । ଆଗକୁ ମଧ୍ୟ ବାଦ ପଡ଼ିଥିବା ସହରୀ ଚାଷୀ ଏବଂ ଗ୍ରାମାଞ୍ଚଳ ଚାଷୀଙ୍କୁ ଯୋଡ଼ିବାକୁ ସରକାର କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି ଆଜି ୨୦ ତମ କିସ୍ତିରେ ରାଜ୍ୟର ୩୪ ଲକ୍ଷ ୮୫ ହଜାର ଚାଷୀ ପିଏମ କିଷାନ ଟଙ୍କା ପାଇଛନ୍ତି। ୯ ବର୍ଷ ପରେ ସରକାର ବଦଳିବା ପରେ ୮୦୦ ଟଙ୍କାର ଇନପୁଟ ସହାୟତା ଦିଆଯାଇଛି । ଖରିଫରେ ୧୭ ଲକ୍ଷ ଚାଷୀଙ୍କୁ ୬ ହଜାର କୋଟି ଟଙ୍କର ଇନପୁଟ ସହାୟତା ଦେଇଛନ୍ତି ରାଜ୍ୟ ସରକାର। କୌଣସି ରାଜ୍ୟ ଇନପୁଟ ସହାୟତା ଦେଇନଥିବା ବେଳେ ଓଡ଼ିଶା ସରକାର ଦେଇଛନ୍ତି। ଗତ ସରକାର ୨୪ ବର୍ଷ ଧରି କୃଷିକୁ ଗୁରୁତ୍ଵ ଦେଲେ ନାହିଁ । ସିଏମ କିଷାନ, ପିଏମ କିଷାନ, ସୁଭଦ୍ରା ଭଳି ଯୋଜନାରୁ ପ୍ରତି ବର୍ଷ ଜଣେ ଚାଷୀ ୩୦ ହଜାର ଟଙ୍କାର ସରକାରୀ ସହାୟତା ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here