ମୋମୋ ଆତଙ୍କରେ ଆତଙ୍କିତ ସମସ୍ତେ ।  ମୋମୋ ଚ୍ୟାଲେଞ୍ଜ ଗେମ ନେଉଛି ଜୀବନ । ଏହି  ଗେମର ଶିକାର ହୋଇ ଓଡିଶାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 6 ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରାଉରେକଲାର ସହରର ଚେତନ କୁମାର । ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ଘଟଣା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି ।

ଚେତନ ଟ୍ରେନ ଯୋଗେ 21 ଅଗଷ୍ଟରେ ଚେନ୍ନାଇରେ ପହଞ୍ଚିଥିଲେ । ଖେଳକୁ ଶେଷ କରିବା ପାଇଁ 6 ମହଲା ଉଚ୍ଚ ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ବାଛିଥିଲେ । ମାତ୍ର ସେଦିନ ସେ ବିଫଳ ହୋଇଥିଲେ । ତା ପରଦିନ ସକାଳ 7 ଟା 40 ରେ 6 ମହଲା ଛାତରୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ । 22 ତାରିଖରେ ଚେତନଙ୍କ ଘରକୁ ଚେନ୍ନାଇ ପୋଲିସର ଫୋନ ଆସିଥିଲା ।

ଚେତନଙ୍କ ମୃତ୍ୟୁ ପଛରେ ଅନଲାଇନ ଗେମ ମୋମୋର ଭୂମିକା ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଚେତନଙ୍କ ମୋବାଇଲ ଫୋନ ଓ ଲାପଟପରୁ ଚେନ୍ନାଇ ପୋଲିସ ଏଭଳି ତଥ୍ୟ ପାଇଥିବା ଜଣାପଡିଛି ।

ଅନଲାଇନ ଗେମ ମୋମୋ ଆମେରିକା,ଆର୍ଜେଟିନା,ଫ୍ରାନ୍ସ,ମେକ୍ସିକୋ ଏବଂ ଜର୍ମାନୀ ସମେତ ଅନେକ ଦେଶର ଯୁବପୀଢି ଏହାର ଶିକାର ହୋଇଛନ୍ତି । ଏହି ଖେଳରେ ଖେଳାଳିଙ୍କ ପାଖକୁ ଯେଉଁ ନିର୍ଦ୍ଦେଶ ଆସିଥାଏ ସେହି ନିର୍ଦ୍ଦେଶ ଅନୁସାରେ ଖେଳିବାକୁ ପଡ଼ିଥାଏ । ଏହାସହ ବ୍ୟବହାରକାରୀଙ୍କ ପାଖକୁ ଭିଡିଓ ଏବଂ ମେସେଜ ମଧ୍ୟ ଆସିଥାଏ । ନିର୍ଦ୍ଦେଶ ପାଳନ ନକଲେ ଧମକ ଦେଇଥାଏ ମୋମୋ ଖେଳର ଆଡମିନ୍ ।

LEAVE A REPLY

Please enter your comment!
Please enter your name here