ଭୁବନେଶ୍ୱର : ରଥଯାତ୍ରା ଉପଲକ୍ଷେ ଆଂଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ପରିବେଷ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯିବା ସହ ଓ ଶତାଧିକ ଚାରା ବୃକ୍ଷ ରୋପଣ ଦୁଇ ଦିନ ଧରି କରାଯାଇଥିଲା । ଧଉଳି ପାଦଦେଶରେ ଜାପାନୀ କୋଠା, ଜାପାନୀ ବଗିଚା, ନୂଆଗାଁ ରାସ୍ତାରେ ଶତାଧିକ ଏବିପି ସଦସ୍ୟ, ବୁଦ୍ଧିଜୀବୀ ତଥା ପ୍ରକୃତିପ୍ରେମୀଙ୍କ ଦ୍ୱାରା ସଚେତନତା କରାଯିବା ସହ ଚାରା ରୋପଣ କରଯାଇ ବାଡ଼ ବୁଲାଯାଇଥିଲା । ଆଗକୁ ବ୍ୟାପକ ଚାରା ରୋପଣ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଂଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତଙ୍କ ସମେତ ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ଯୁବ ପରିବେଷବିତ ଲିଙ୍ଗରାଜ ସାହୁ, ସରୋଜ କୁମାର ସାହୁ, ସଂଘଠନର ବରିଷ୍ଠ ସଭ୍ୟ ପ୍ରଶାନ୍ତ ମିଶ୍ର, ବସନ୍ତ ସ୍ୱାଇଁ, ସୁମନ୍ତ ସୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଲିଙ୍ଗରାଜ ଜେନା, ଶରତ ବିଶ୍ୱାଳ, ପ୍ରକାଶ ସ୍ୱାଇଁ, ଅଶ୍ୱିନୀ ସାହୁ, ସଞ୍ଜୟ ଦାସ, ତପନ ବରାଳ, ପ୍ରଦୀପ୍ତ ପ୍ରଧାନ, ଦେବରାଜ ବେହେର, ଲଳିତ ବେହେରା, ବିଷ୍ଣୁ ବିଶ୍ୱାଳ, ସୌମ୍ୟା ପରିଡ଼ା, ବୈଶାଳିନୀ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଜେନା, ଆଲୋକ ସାହୁ, ରଘୁନାଥ ସ୍ୱାଇଁ, ମନୋଜ ବରାଳ, ଦିନବନ୍ଧୁ ଭୋଇ, ମଦନ ମହାପାତ୍ର, ଭାଗିରଥୀ ନନ୍ଦୀ, ରଞ୍ଜନ ମହାପାତ୍ର, ଦୀନବନ୍ଧୁ ଭୋଇ ପ୍ରମୁଖ ପରିଚାଳଣା କରିଥିଲେ ।

LEAVE A REPLY

Please enter your comment!
Please enter your name here