ରାଜଧାନୀରେ ବୁଲୁଛନ୍ତି ମାଳମାଳ ନକଲି ବିଏମ୍‌ସି ସ୍କ୍ୱାର୍ଡ ।ଉଠା ବ୍ୟବସାୟୀଙ୍କୁ ଏକ ଲକ୍ଷ ୮୨ ହଜାର ଟଙ୍କା ଦେବାକୁ କହି ନେଇଛନ୍ତି ୬୫୦ ଟଙ୍କା । ଜଣେ କି ୨ ଜଣ ବ୍ୟବସାୟୀ ନୁହେଁ, ଏମିତି ବହୁ ବ୍ୟବସାୟୀମାନେ ଖାରବେଳ ନଗର ଥାନାରେ ଅଭିଯୋଗ ଆଣିଛନ୍ତି ଲୋକେ ।

ପ୍ରଦୀପ୍ତ ସାବତ ନାମକ ଜଣେ ବ୍ୟବସାୟୀ ଜଣଙ୍କୁ ବିଏମ୍‌ସି ପରିଚୟ ପତ୍ର ଦେଖାଇଥିଲେ ।ଏହାପରେ ବିଶ୍ୱାସ ଦେବା ପରେ ବ୍ୟବସାୟୀ ଜଣଙ୍କ ଫସିଯାଇଥିଲେ । ଏହି ଘଟଣା ଜଣାପଡିବା ପରେ ନିଖିଲ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଅଞ୍ଚଳରେ ବୁଲୁଥିବା ନକଲି ବିଏମ୍‌ସି ଅଫିସରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏହାସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here