ରାଜ୍ୟ ସରକାର ଆଗାମୀ ଦୁର୍ଗାପୂଜା ପାଇଁ କିଛି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ଶୁକ୍ରବାର ଛୁଟି ବାତିଲ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ ହୋଇଛି। ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ଛୁଟି ରହିବ। ପୂଜା ଛୁଟି ସମୟରେ ଅଫିସ୍‌ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କୁ ଛୁଟି ଅନୁମତି ମିଳିଥିଲା ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରାଜ୍ୟର ଦକ୍ଷିଣ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ ହୋଇଛି। ତିତଲି ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ପରେ ଋଷିକୁଲ୍ୟା ଓ ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଜଳ ପ୍ରବାହିତ ହେଉଛି।

LEAVE A REPLY

Please enter your comment!
Please enter your name here