ଶ୍ରାବଣ ମାସର ଶେଷ ସୋମବାର । ରାତି ଅଧରୁ କାଉଡିଆଙ୍କ ଭିଡ ଲାଗି ଯାଇଥିଲା ବିଭିନ୍ନ ଶୈବପୀଠରେ । କିଏ କେଉଁଠୁ ଦୂରଦୂରାନ୍ତରୁ ପାଣି ଆଣି ରାତି ତମାମ ଅପେକ୍ଷା କରି ରହିଥିଲେ । ବଡି ଭୋରରୁ ଶିବଲିଙ୍ଗରେ ଜଳାଭିଷେକ କରିବାର ମାନସିକ ନେଇ ହଜାର ହଜାର କାଉଡିଆ ବିଭିନ୍ନ ନଦୀ ଓ ପୁଷ୍କରିଣୀରୁ ପାଣି ଉଠାଇଥିଲେ । ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, କଟକର ଧବଳେଶ୍ୱର ଓ ପୁରୀର ଶ୍ରୀ ଲୋକନାଥଙ୍କ ସମେତ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଲକ୍ଷ୍ୟ କରାଯାଇଥିଲା । ତେବେ ଶରୀରକୁ କଷ୍ଟ ଦେଇ ଇଶ୍ୱରଙ୍କ ଆଶୀର୍ବାଦ ପାଇବାର ବିଶ୍ୱାସ ନେଇ କାଉଡିଆ ଦୀର୍ଘବାଟ ଖାଲି ପାଦରେ ଚାଲି ଚାଲି ଆସିଥାନ୍ତି । ମାତ୍ର କଳାହାଣ୍ଡି ଜିଲ୍ଲା ଧର୍ମଗଡରେ କାଉଡିଆମାନେ ତିନି କିଲୋମିଟର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଆସିଥିବା ଦେଖାଯାଇଥିଲା । ସ୍ଥାନୀୟ ପାଦେ୍ର୍ଧଶ୍ୱର ମନ୍ଦିରରୁ ବାହାରି ରାଧାକୃଷ୍ଣ ମନ୍ଦିର ସ୍ଥିତ ଶିବାଳୟକୁ ଆସି କାଉଡିଆମାନେ ଜଳାଭିଷେକ କରିଥିଲେ । ଶ୍ରାବଣ ମାସର ଶେଷ ସୋମବାର ସହ ଶେଷ ହୋଇଛି କାଉଡିଆଙ୍କ ଜଳାଭିଷେକ ପର୍ବ ।

LEAVE A REPLY

Please enter your comment!
Please enter your name here