ଆଦିବାସୀ ଇଲାକାରେ ପୁଣି ଜନନୀ ଯନ୍ତ୍ରଣା I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର କୋଡିଗୁପ୍ପା ଗାଁର ଜଣେ ମହିଳାଙ୍କ ପ୍ରସବ ପାଇଁ ଗାଁ ଲୋକେ କାନ୍ଧେଇକି ଆଣିଥିଲେ I ମାତ୍ର ପାହାଡି ରାସ୍ତାରେ ଅଧା ବାଟରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ I ମାତ୍ର ଏତିକିରେ ତାଙ୍କ ଯନ୍ତ୍ରଣା ଶେଷ ହୋଇ ନଥିଲା I କୋଡିଗୁପ୍ପାରୁ ଦେଅଗାଁ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ଚାଲି ଚାଲି ଆସିବା ପରେ ସେଠାରୁ ଏକ ଗାଡି ଯୋଗେ ବିଷମକଟକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ଏହି ଘଟଣା ସ୍ପଷ୍ଟ କରିଦେଉଛି, ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣାଦାୟକ ଚିତ୍ର I