ଲକ୍ ଡାଉନ ସମୟରେ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ମୋ ପ୍ରତିଭା ପ୍ରତିେଯୋଗିତା ଆରମ୍ଭ କରିଛନ୍ତି । ୫ ରୁ ୧୮ ବର୍ଷ ବୟସର ପିଲାମାନେ ଘରେ ବସି ଅନଲାଇନରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତା ପାଇଁ ୨ଟି ଥିମ୍ ରହିଛି ।
ପ୍ରଥମଟି ହେଉଛି ଲକ୍ ଡାଉନ୍ ସମୟରେ ଘରେ ରୁହନ୍ତୁ ଏବଂ ଦିତ୍ୱୀୟଟି ହେଉଛି ଯୁବ ନାଗରିକ ହିସାବରେ କୋଭିଡ୍ ୧୯ ପାଇଁ ମୋ ଦାୟିତ୍ୱ । ମୋ ପ୍ରତିଭା ପ୍ରତିଯୋଗିତାରେ ଚିତ୍ରାଙ୍କନ, ପୋଷ୍ଟର ମେକିଙ୍ଗ ।, ପେଣ୍ଟିଂ, ସ୍ଲୋଗାନ ଏବଂ କ୍ଷୁଦ୍ର ଗପ ଏବଂ କବିତା ପ୍ରତିଯୋଗିତା ରହିଛି । ପ୍ରତି ସପ୍ତାହରେ ଗୁରୁବାର ଦିନ ପ୍ରତିଯୋଗିତାର ବିଜେତାଙ୍କ ନାଁ ଘୋଷଣା କରାଯିବ । ରାଜ୍ୟ ସରକାର ଓ ୟୁନିସେଫ ପକ୍ଷରୁ ମିଳିତ ଭାବେ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।