ଭୁବନେଶ୍ବର : ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ .. 2024 ର ଅଡିସନ ରାଉଣ୍ଡ ଫଳ ପ୍ରକାଶ ପାଇଛି । 13 ବର୍ଷ ପର୍ଯ୍ୟନ୍ତ ସବଜୁନିଅର, 13 ରୁ 20 ବର୍ଷ ପର୍ଯ୍ୟନ୍ତ ଜୁନିଅର ଏବଂ 20 ରୁ 35 ବର୍ଷ ପର୍ଯ୍ୟନ୍ତ ସିନିଅର ଗ୍ରୁପରେ ଅଡିସନ ରାଉଣ୍ଡରେ ମୋଟ 92 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସବଜୁନିଅର ବିଭାଗରେ ସର୍ବାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗୀ ମୋବାଇଲ ମାଧ୍ୟମରେ ପଠାଇଥିବା ଭଜନକୁ ବରିଷ୍ଠ ସଙ୍ଗୀତଗୁରୁମାନେ ମୂଲ୍ୟାୟନ କରିବା ପରେ ସେମାନଙ୍କ ମଧ୍ୟରୁ 40 ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ସବଜୁନିଅର ଗ୍ରୁପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଆରାଧ୍ୟା ପଣ୍ଡା, ଆରାଧ୍ୟା ଦାସ, ଦିବ୍ୟନ୍ଦୁ ମହାପାତ୍ର, ଦିବ୍ୟାଂଶୁ ଶେଖର ସାହୁ, ସାଇ ଆଶ୍ରୀତ ଦାସ, ସାଇଶ୍ରୀ ବିଶ୍ବଜିତ ରାୟ, ସମର୍ଥ ସୌରଭ ପଣ୍ଡା, ସାୟୁଷ ସୁମନ ସାହୁ, ଶ୍ରୁତିସୁଧା ମହାନ୍ତି, ଶ୍ରଦ୍ଧା ସ୍ବପ୍ନା ବିଶ୍ବାଳ, ସୌମ୍ୟାଶ୍ରୀ ମୁଦୁଲି, ସମୃଦ୍ଧି ପଟ୍ଟନାୟକ, ଶ୍ରୀୟା ଶ୍ରଦ୍ଧାଞ୍ଜଳି ଜେନା, ସ୍ବୟମ ପ୍ରକାଶ ଦଳାଇ ଏବଂ ବନସ୍ମିତା ରଣା ।

ଜୁନିଅର ଗ୍ରୁପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ପ୍ରତିଯୋଗୀମାନେ ହେଲେ ଆହାନା ସ୍ବାଇଁ, ଅଭିଲିପସା ତ୍ରିପାଠୀ, ମୌସୁମୀ ମହାପାତ୍ର, ରଞ୍ଜିତା କବି, ନିହାରିକା ମିଶ୍ର, ସାଇଶ୍ରୀ ପ୍ରଧାନ, ସ୍ନେହାଶୀଷ ରାଉତ, ଓମ୍ ପ୍ରକାଶ ସେନାପତି, ଆଦିତ୍ୟ ପ୍ରସାଦ ସାହୁ, ସ୍ବପ୍ନାସମୀକ୍ଷା ମହାନ୍ତି, ସ୍ବରୁପ ସୁରଞ୍ଜନ, ଭାର୍ଗବୀ ମିଶ୍ର, ମୌସୁମୀ ମହାପାତ୍ର (ନରସିଂହପୁର), ସତ୍ୟବ୍ରତ ଜେନା ଓ ଜାହ୍ନବୀ ମହାପାତ୍ର ।

ସିନିଅର ଗ୍ରୁପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ପ୍ରତିଯୋଗୀମାନେ ହେଲେ ଇପସିତା ରଥ, ମନୋଜ କୁମାର ସାହୁ, ପ୍ରତ୍ୟୁଷ ମହାରଣା, ପ୍ରିୟଦର୍ଶିନୀ ସାହୁ, ସସ୍ମିତା ସାହୁ, ଜ୍ୟୋତିର୍ମୟୀ ସାହୁ, ଶକ୍ତି ଶଙ୍କର ପତି, ସୁଜିତ ଷଡଙ୍ଗୀ, କାହ୍ନୁମୋହନ ବେହେରା ଓ ଚନ୍ଦନ କୁମାର ସାହୁ ।
ଫାଇନାଲ ରାଉଣ୍ଡକୁ ଉନ୍ନୀତ ସମସ୍ତ ପ୍ରତିଯୋଗୀଙ୍କୁ ଗ୍ରାଣ୍ଡ୍ ଫିନାଲେ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତ ସୂଚନା ହ୍ବାଟ୍ସଆପ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ତକ୍ଷକଟିଭି ନିର୍ଦ୍ଦେଶକ ଅପୂର୍ବ କୁମାର ମହାନ୍ତି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here