ଉତ୍କଳ ଯୋଗ ପରିବାରର ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀନିବାସ ସାହୁଙ୍କ ଦେହାନ୍ତ I ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା I ଶ୍ରୀ ସାହୁଙ୍କ ବିୟୋଗରେ ଉତ୍କଳ ଯୋଗ ପରିବାରରେ ଶୋକର ଛାୟା ଖେଳିଯାଇଛି I ଉତ୍କଳ ଯୋଗ ପରିବାରର ସେ କେବଳ ଉପଦେଷ୍ଟା ନ ଥିଲେ, ସେ ଜଣେ ମିଷ୍ଟଭାସି, ପରୋପକାରୀଵ୍ୟକ୍ତି ଥିଲେ I ସଦାସର୍ବଦା ଉତ୍କଳ ଯୋଗ ପରିବାରର ଶୁଭଚିନ୍ତକ ଭାବେ କାର୍ଯ୍ୟ କରୁଥିଲେ I ତକ୍ଷକ ଟିଭିର ନିର୍ଦେଶକ ରବୀନ୍ଦ୍ର ନାଥ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି I ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି I

LEAVE A REPLY

Please enter your comment!
Please enter your name here