ଝାଡୁ ଧରି ପାର୍ଲାମେଣ୍ଟ ପରିସର ସଫା କଲେ ବାଚସ୍ପତି , କେନ୍ଦ୍ରମନ୍ତ୍ରୀ ଓ ସାସଂଦ । ଆଜି ଏପରି କିଛି ଦୃଶ୍ୟ ସାସଂଦ ପରିସରରେ ଦେଖିବାକୁ ମିଳିଛି । ଖୋଦ୍ ବାଚସ୍ପତି ଓମ ବିର୍ଲା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡଙ୍ଗୀ , ସାସଂଦ ହେମାମାଲୀନିଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ କର୍ମୀ ଝାଡୁ କରିଛନ୍ତି । ସଂସଦ ପରିସର ସଫା କରିବା ସହ ଦେଶବାସୀଙ୍କ ଉଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ କରାଯାଉଥିବା ଏହି କାର୍ଯ୍ୟକ୍ରମକୁ ଦେଶବାସୀଙ୍କ ନିକଟରେ ପହଁଞ୍ଚାଇବା ଏବଂ ଏହାସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଏହି ଅବସରରେ ବାର୍ତ୍ତା ବାଣ୍ଟିଛନ୍ତି ସମସ୍ତେ । ସଂସଦରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସାରା ଦେଶରେ ଆୟୋଜିତ ହେବ ।

LEAVE A REPLY

Please enter your comment!
Please enter your name here