ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣାକୁ ୧୧ ଦିନ ହୋଇଗଲାଣି, ତଥାପି ପୋଲିସ ହାତ ଖାଲି । କେବେ ଡେଥ୍ ଉପରୁ ହଟିବ ସସପେନ୍ସ? କେବେ ଦୋଷୀ ପାଇବ ଦଣ୍ଡ? ଦିନ ବଢିବା ସହିତ ଡେଥ୍ ସସପେନ୍ସ ମଧ୍ୟ ବଢୁଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ତେବେ ପୁଣି ଏକ ହ୍ୱାଟସଆପ ଚାଟ୍ ଆସିଛି । ସୌମ୍ୟଜିତ୍‌ଙ୍କ ସହ ବିବାହ ଠିକ୍ ହେବା ପୂର୍ବରୁ ବ୍ରେକଅପ ହୋଇଯାଇଥିଲା । ଶ୍ୱେତାଙ୍କୁ ଅପମାନିତ କରିବା ସହିତ ନିର୍ଯାତନା ଦେଉଥିଲେ ସୌମ୍ୟଜିତ୍ । ଶ୍ୱେତାଙ୍କ ଲାଇଫ୍ ସହ ଖେଳୁଥିବା ନେଇ ମେସେଜରେ ସ୍ପଷ୍ଟ ଜଣାପଡୁଛି । ଶ୍ୱେତା ବ୍ୟାଙ୍କରୁ ୨ ଲକ୍ଷ ୩୦ ହଜାର ଟଙ୍କାର ବ୍ୟକ୍ତିଗତ ଋଣ କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ସୁଇସାଇଡ କରିଥିବା ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ପୋଲିସ ହାତରେ ମଧ୍ୟ ସୁରାକ ଲାଗିଛି । ଶ୍ୱେତାଙ୍କ ୪ ଜଣ ସାଙ୍ଗକୁ ମଧ୍ୟ ପୋଲିସ ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here