ଆଜି ନଭେମ୍ବର ୧୪ । ଏହି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ସେ ଶିଶୁ ମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କର ଜନ୍ମଦିନକୁ ଦେଶବ୍ୟାପୀ ଆଜି ଶିଶୁ ଦିବସ ଭାବେ ପାଳନ କରାଯାଏ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ ତତକାଳୀନ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କୁ ଶ୍ରଦ୍ଧାରେ ସମସ୍ତେ ଚାଚାଜୀ ବୋଲି ଡାକୁଥିଲେ । ସମସ୍ତ ସ୍କୁଲରେ ବଡ ଧୂମଧାମରେ ପାଳନ ହୋଇଛି ଶିଶୁଦିବସ ।
ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । କୁନି କୁନି ଶିଶୁମାନଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ସ୍କୁଲର ଶିକ୍ଷୟିତ୍ରୀମାନେ ପାଛୋଟି ନେଇଥିଲେ । ଚାଚା ନେହରୁଙ୍କ ଫଟୋରେ ଫୁଲ, ଚନ୍ଦନ, ଧୂପ, ଦୀପ ଦେଇ ପୂଜା କରିବା ସହ ଶିକ୍ଷୟିତ୍ରୀମାନେ ନେହରୁଙ୍କ ଜିବନୀ ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠାନର ଶିକ୍ଷୟିତ୍ରୀ ତୃପ୍ତି ମହାପାତ୍ର ଓ ଶ୍ରାବୋଣୀ ମୁଖାର୍ଜୀ ନେହରୁ କିଭଳି ପିଲାମାନଙ୍କୁ ଭଲ ପାଉଥିଲେ, ସେ ସଂପର୍କରେ କହିଥିଲେ । ଏହି ଅବସରରେ ପିଲାମାନେ କେକ୍ କାଟିବା ସହ ବିଭିନ୍ନ ପ୍ରକାର କୌତୁକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପିଲାମାନଙ୍କ ଭିତରେ ମ୍ୟୁଜିକ ଚେୟାର, ବଲ୍ କାଉଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here