କିଛି ଦିନ ଚୁପ୍ ରହିବା ପରେ ପୁଣି ମାତିଲେ ମାଓବାଦୀ. ଆଉ ରଚାଇଲେ ଉନ୍ମତ୍ତ କାଣ୍ଡ. ଆନ୍ଧ୍ର-ଓଡିଶା ସୀମାନ୍ତ ଜାନବାଈରେ ମାଓବାଦୀମାନେ ହାମଲା କରି ଚିତ୍ରକୋଣ୍ଡା ରାଲେଗଡ ଅଞ୍ଚଳ ଦେଇ ଯାଇଥିବା ଏସର କମ୍ପାନୀର ପାଇପ ଲାଇନ କାଟି ଦେଇଛନ୍ତି. ଫଳରେ ପାଇପ ଲାଇନ କଟିଥିବାରୁ ଛଡିଶଗଡ ଓ ଆନ୍ଧ୍ର ମଧ୍ୟରେ ଏସାର କମ୍ପାନୀର ସମସ୍ତ କାମ ବନ୍ଦ କରାଯାଇଛି. ଏ ନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି. ଅନ୍ୟପଟେ ଦିନକୁ ଦିନ ମାଓବାଦୀଙ୍କ କାରନାମା ବଢି ବଢି ଚାଲିଛି. ବିଭିନ୍ନ ସମୟରେ ମାଓବାଦୀମାନେ କିଛି ନା କିଛି କାଣ୍ଡ ଘଟାଉଛନ୍ତି.

LEAVE A REPLY

Please enter your comment!
Please enter your name here