ଆଜି ରାଜ୍ୟରୁ ୪୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୮୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୫୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୩୬ । କରୋନାରୁ ସୁସ୍ଥ ହେଲେଣି ୧,୪୯, ୩୭୯ ଏବଂ ଆକ୍ଟିଭ୍ କେସ୍ ରହିଛି ୩୮, ୧୫୮ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୫୮୬, ପୁରୀ-୨୬୫, ଷ୍ଟେଟ ପୁଲରୁ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୨୦୧, ଯାଜପୁର-୧୮୭, ମୟୂରଭଞ୍ଜ-୧୭୪, ବାଲେଶ୍ୱର-୧୫୦, ବରଗଡ-୧୨୮, କେନ୍ଦ୍ରାପଡା-୧୨୬, ବଲାଙ୍ଗିର-୧୧୪, ସମ୍ବଲପୁର-୧୧୩, କଳାହାଣ୍ଡି-୧୦୫, ଜଗତସିଂହପୁର-୧୦୪, ସୁବର୍ଣ୍ଣପୁର-୯୦, ଝାରସୁଗୁଡା-୮୪, ନୟାଗଡ-୮୨, ବୌଦ୍ଧ-୭୭, ନବରଙ୍ଗପୁର-୭୫, କନ୍ଧମାଳ-୭୪, ମାଲକାନଗିରି-୭୨, କୋରାପୁଟ-୬୩, ନୂଆପଡା-୫୮, ଢେଙ୍କାନାଳ-୫୪, ଗଞ୍ଜାମରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୧୧ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here