ରାଜ୍ୟରେ ଆଜି ସମସ୍ତ ୩୦ ଜିଲ୍ଲାରୁ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୧୪୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୨୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୧୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୨୯,୪୪୩ ଏବଂ ସୁସ୍ଥ ହୋଇ ଘରକୁ ଫେରିଲେଣି ୨,୧୩, ୬୭୨ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୨୪୩, ସମ୍ବଲପୁର-୧୩୬, ଷ୍ଟେଟ୍ ପୁଲ-୧୩୦, ଅନୁଗୁଳ-୧୨୮, କଳାହାଣ୍ଡି-୧୨୪, ପୁରୀ-୧୨୨, କଳହାଣ୍ଡି-୧୧୬, ମୟୂରଭଞ୍ଜ-୧୧୫, ନୂଆପଡା-୧୧୪, ନବରଙ୍ଗପୁର-୧୦. ସୁନ୍ଦରଗଡ-୧୦୫, ଭଦ୍ରକ ଓ ଯାଜପୁରରୁ ୧୦୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡରୁ ୯୪, ସୁବର୍ଣ୍ଣପୁର ଓ ବଲାଙ୍ଗିରରୁ ୮୬ ଲେଖାଏଁ , ଝାରସୁଗୁଡାରୁ ୮୩ , କେନ୍ଦ୍ରାପଡା-୮୨, ଜଗତସିଂହପୁର-୭୭, ଢେଙ୍କାନାଳ-୭୩, ବାଲେଶ୍ୱର-୭୨, କେନ୍ଦୁଝର-୬୩, ନୟାଗଡ-୫୮, ଗଞ୍ଜାମ-୩୮, କୋରାପୁଟ-୩୭, ରାୟଗଡା-୨୯, ମାଲକାନଗିରି-୨୮, ଦେବଗଡ-୨୪, ଗଜପତି-୯, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
କରୋନାରେ ଆଜି ୧୬ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଓ ଭୁବନେଶ୍ୱରରୁ ୪ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଳାହାଣ୍ଡ. ମୟୂରଭଞ୍ଜ ଓ ନୟାଗଡରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସୁନ୍ଦରଗଡ ଓ ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here