ଆଜି କରୋନାରେ ୧୭ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି । ମୟୂରଭଞ୍ଜରୁ ସର୍ବାଧିକ ୪ ଜଣଙ୍କର ଜୀବନ ଯାଇଛି । ସେହିପରି ଭୁବନେଶ୍ୱରରୁ ୩, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସମ୍ବଲପୁର , ଜଗତସିଂହପୁର, ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା, ବାଲେଶ୍ୱର, ବଲାଙ୍ଗିରରୁ ମଧ୍ୟ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।
ସେହିପରି ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୨୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨୭୫ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୧୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୯୫୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୧୫୦, କଟକ-୧୪୪, ଅନୁଗୁଳ-୧୩୬, ବାଲେଶ୍ୱର-୧୧୧, ମୟୂରଭଞ୍ଜ-୧୧୦,ଝାରସୁଗୁଡା-୧୦୦, ଯାଜପୁର-୮୨, ବଲାଙ୍ଗୀର-୭୭, ପୁରୀ-୭୧, ନୂଆପଡା-୬୯, କେନ୍ଦ୍ରାପଡା-୬୮, ଷ୍ଟେଟ୍ ପୁଲ-୬୭, ବରଗଡ ଓ କଳାହାଣ୍ଡିରୁ ୬୪ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର-୫୬, ଗଜତସିଂହପୁର-୫୫, ମାଲକାନଗିରି-୫୩, ସୁବର୍ଣ୍ଣପୁର, ଭଦ୍ରକ ଓ କନ୍ଧମାଳରୁ ୫୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଓ ନବରଙ୍ଗପୁରରୁ ୩୯ ଲେଖାଏଁ, କେନ୍ଦୁଝର-୩୭, ଗଞ୍ଜାମ-୩୬, ରାୟଗଡା-୩୩, ନୟାଗଡ-୩୧, ଢେଙ୍କାନାଳ-୨୭, ବୌଦ୍ଧ-୨୧, ଦେବଗଡ-୧୫, ଗଜପତିରୁ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୯୩୭କୁ ବୃଦ୍ଧି ହୋଇଛି । ସୁସ୍ଥ ହେଲେଣି ୨,୩୦, ୧୯୨ ଏବଂ ଆକ୍ଟିଭ୍ କେସ୍ ରହିଛି ୨୫,୬୩୫ ।

LEAVE A REPLY

Please enter your comment!
Please enter your name here