ରାଜ୍ୟରେ ଧିରେ ଧିରେ ସଙ୍କ୍ରମଣ କମୁଥିବାବେଳେ ମୃତ୍ୟୁସଂଖା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି । କଟକରୁ ୪ , ବାଲେଶ୍ୱର , ଖୋର୍ଦ୍ଧାରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।
ରାଜ୍ୟରୁ ଆଜି ୨୪୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୪୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୦୦୬ । ଖୋର୍ଦ୍ଧାରୁ ସର୍ବାଧିକ ୩୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୨୨୯, କଟକ-୧୧୮,ବାଲେଶ୍ୱର-୪୨, ବରଗଡ-୯୯, ଭଦ୍ରକ-୬୭, ବଲାଙ୍ଗୀର-୯୩, ବୌଦ୍ଧ-୧୦, ଢେଙ୍କାନାଳ-୬୬, ଗଞ୍ଜାମ-୩୭, ଜଗତସିଂହପୁର-୮୪, ଯାଜପୁର-୯୭, ଝାରସୁଗୁଡା-୬୬, କଳାହାଣ୍ଡି-୫୭, କନ୍ଧମାଳ-୩୫, କେନ୍ଦ୍ରାପଡା-୭୩, କେନ୍ଦ୍ରାପଡା-୭୩, କେନ୍ଦୁଝର-୭୦, କୋରାପୁଟ-୨୪, ମାଲକାନଗିରି-୪୮, ମୟୂରଭଞ୍ଜ-୧୨୮, ନବରଙ୍ଗପୁର-୨୮, ନୟାଗଡ-୪୦, ନୂଆପଡା-୬୩, ପୁରୀ-୭୩, ରାୟଗଡା-୧୦, ସମ୍ବଲପୁର-୬୦, ସୋନପୁର-୫୩, ସୁନ୍ଦରଗଡ-୧୯୫, ଷ୍ଟେଟ୍ ପୁଲ-୭୫, ଦେବଗଡରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୪ ହଜାର ୬୬୨ ।