ଜଗତସିଂହପୁରରୁ ଜବତ ହେଲା ଧଳା ଜହର । ଜଗତସିଂହପୁର ସଦର ମହକୁମାର ଗୋପାଳସାଗର ଛକରେ କଟକ ଅଵକାରୀ ବିଭାଗ କେନ୍ଦ୍ରୀୟ ଟିମର ଚଢ଼ାଉ। ଚଢ଼ାଉ ସମୟରେ ୨୧ ଗ୍ରାମ ବ୍ରାଉନ ସୁଗାର ସମେତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଗୋପାଳସାଗର ଅଞ୍ଚଳର ଜଗନ୍ନାଥ ମହାନ୍ତି। ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ରୁ ଉର୍ଦ୍ଧ୍ବ ହେବବୋଲି କହିଛନ୍ତି କେନ୍ଦ୍ରୀୟ ଅଵକାରୀ ବିଭାଗ ର ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ। ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ପ୍ରାୟ ୧୦ ଟା ସମୟରେ କେନ୍ଦ୍ରୀୟ ଅଵକାରୀ ବିଭାଗ ର ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ଜଗନ୍ନାଥ ମହାନ୍ତିଙ୍କ ପାନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here