ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ପ୍ରାର୍ଥୀ ନାମାଙ୍କନ ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଯାଇଛି | ଇତି ମଧ୍ୟରେ ରାଜ୍ୟର ୩ ପ୍ରମୁଖ ଦଳ ସଜବାଜ ହେବା ଆରମ୍ଭ କରିଦେଇଛି | ସେପଟେ ରାଜ୍ୟ ଶାସକ ଦଳ ଆସନ୍ତା ୩୦ ତାରିଖରେ ପ୍ରାର୍ଥୀ ନାମାଙ୍କନ ଭରିବା ନେଇ ଚର୍ଚ୍ଚା ଜୋର ଧରିଛି | ଏନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କ ବୈଠକ ବସିବା ପରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି | ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି | ବିଜେପୁର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡିରେ ଦ୍ୱିତୀୟ ଥର ଲାଗି ବୈଠକ ବସିଥିଲା | ତେବେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରମୁଖ ଦାବିଦାର ଥିବା ବେଳେ ବରଗଡର ପୂର୍ବତନ ବିଜେଡି ସାଂସଦ ପ୍ରଭାସ କୁମାର ସିଂହ ଏହି ଆସନ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି | ଏଥିସହ ପ୍ରଭାସ ମଧ୍ୟ ବିଜେଡି ସଭାପତିଙ୍କ ସହ ସାକ୍ଷାତ କରି ଅନୁରୋଧ କରିଛନ୍ତି | ପ୍ରଭାସ ବରଗଡ ଆସନରୁ ୨୦୧୪-୧୯ ପର୍ଯ୍ୟନ୍ତ ଲୋକସଭାରୁ ପ୍ରତିନିଧିତ୍ୱ କରିଥିବା ବେଳେ ୧୯ ନିର୍ବାଚନର ଦଳ ତାଙ୍କୁ ଟିକେଟ ଦେଇନଥିଲା | ତେବେ ଏହି ସବୁ ମଧ୍ୟରେ ଦଳ କାହାକୁ ଟିକେଟ ଦଉଛି, ଆଉ ରାଜନୈତିକ ଯୁଧ୍ୟ ମଇଦାନକୁ କିଏ ଓଲ୍ଲାହଉଛି ତାହା ଦେଖିବାକୁ ବାକି ରହିଲା |

LEAVE A REPLY

Please enter your comment!
Please enter your name here