ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ସପ୍ତାହରେ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି । କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରି ନାହିଁ । ତେଣୁ ଆଜି ହାଇକୋର୍ଟ ଏହି ମାମଲାକୁ ଗମ୍ଭୀର ସହ ନେଇ ଆସନ୍ତା ୪ସପ୍ତାହ ମଧ୍ୟରେ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୪ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

LEAVE A REPLY

Please enter your comment!
Please enter your name here