ରାଜ୍ୟର ୯ଟି ବୁଥରେ ଆଜି ସାନି ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ପକ୍ରିୟା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ବୁଥରେ ସ୍ଥଗିତ ଥିଲା ମତଦାନ । ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ବଣାଇ ବିଧାନସଭା ଆସନର ୧୨୯ ନମ୍ବର ବୁଥ, ସଦର ବିଧାନସଭାର ରଙ୍ଗଢିପା ୟୁପି ସ୍କୁଲରେ ୨୧୩ ନମ୍ବର ବୁଥ, କନ୍ଧମାଳ ଦଶପଲ୍ଲାର ୨୧୦ ଓ ୨୨୨ ନମ୍ବର ବୁଥ, ଅତାବିରାର ୨୩୫ ନମ୍ବର ବୁଥ, ବରଗଡ଼ ଜିଲ୍ଲାର ସଦର ବିଧାନସଭା ଆସନର ୬୮ ନମ୍ବର, ପଦ୍ମପୁର ବିଧାନସଭା ଆସନ ଅନ୍ତର୍ଗତ ଡଭାର ୧୬ ନମ୍ବର ବୁଥ, ବ୍ରଜରାଜନଗର ବିଧାନସଭା ଆସନର ଚାରମାଲ ପ୍ରାଥମିକ ସ୍କୁଲର ୨୫୪ ନମ୍ବର ବୁଥ, ଆସିକା ଲୋକସଭା ଅନ୍ତର୍ଗତ ସୋରଡ଼ା ବିଧାନସଭା ଆସନର ରେଣ୍ଟି ୧୮୨ ନମ୍ବର ବୁଥ ସାନି ମତଦାନ ପ୍ରକ୍ରିୟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here