ଆମେରିକାର ଲୁଇସଭିଲରେ ହୋଇଛି ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୭ ମୃତ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। । UPS ଫ୍ଲାଇଟ୍‌ ୨୯୭୬ ମାଲବାହୀ ବିମାନ ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରାସ ହୋଇଛି ।ନଭେମ୍ବର ୪ ତାରିଖରେ ସ୍ଥାନୀୟ ସମୟ ପ୍ରାୟ ୫ଟା ୧୫ ମିନିଟରେ ଘଟିଥିଲା । ରନୱେରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା ଘଟିଛି। UPS ଫ୍ଲାଇଟ୍ 2976 ଲୁଇ ସଭିଲ୍ ରୁ ହୋନୋଲୁଲୁର ଡାନିଏଲ୍ କେ, ଇନୋୟୁ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ଏହି ଜଳନ୍ତା ବିମାନଟି ଉଡ଼ାଣ ମଝିରେ ଦୁର୍ଘଟଣାଗ୍ରସ୍ତ ହେବା ପରେ କୋଠାରେ ଯାଇ ଧକ୍କା ଦେଇଥିଲା , ସେଥିପାଇଁ ରନୱେ ନିକଟରେ ଥିବା ଅନେକ କୋଠାକୁ ବ୍ୟାପିଯାଇଥିଲା ନିଆଁ । ସୂଚନା ଅନୁଯାୟୀ ବିମାନଟି ଉଡ଼ାଣ ପାଇଁ ରନୱେ ଛାଡି ମାତ୍ର ୧୭୫ ଫୁଟ ଉଚ୍ଚତାରେ ପହଞ୍ଚିଥିଲା ଏବଂ ତା’ପରେ ଦ୍ରୁତ ଗତିରେ ତଳକୁ ଖସି ଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ବିମାନଟି ପ୍ରାୟ ୨୫ ହଜାର ଗ୍ୟାଲନ ଜେଟ୍‌ ଇନ୍ଧନ ବହନ କରୁଥିଲା ।

LEAVE A REPLY

Please enter your comment!
Please enter your name here