ମଧ୍ୟପ୍ରାଚ୍ୟ ଯୁଦ୍ଧରେ କିଏ କାହା ଉପରେ କିଏ ପଡ଼ୁଛି ଭାରି ? ଆମେରିକା କହୁଛି- ଆକ୍ରମଣରେ ତ୍ରାହି ତ୍ରାହି ଡାକିଲାଣି ଇରାନ । ଅନ୍ୟପଟେ ଇରାନ କହୁଛି ମିଛ କହୁଛି ଆମେରିକା । ଏହି ଉତ୍ତେଜନା ମଧ୍ୟରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନି ,ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଦାବି କରିଛନ୍ତି ଯେ, “ଚାଲିଥିବା ଯୁଦ୍ଧରେ ଇରାନ ସେନା ଏକାଧିକ ଆମେରିକୀୟ ଯବାନଙ୍କୁ ବନ୍ଧକ କରି ନେଇଛନ୍ତି ।” ଏହି ସତକୁ ଆମେରିକା ଲୁଚାଇବାକୁ ପ୍ରୟାସ କରୁଛି । ଲାରିଜାନି ସୋସିଆଲ୍ ମିଡିଆ ଏକ୍ସରେ ରବିବାର ଏକ ପୋଷ୍ଟ କରି କହିଛନ୍ତି, “ଶତାଧିକ ଆମେରିକା ସୈନ୍ୟଙ୍କୁ ଗିରଫ କରାଯାଇଛି । ଆମେରିକା ଆକ୍ରମଣରେ ଅନେକଙ୍କୁ ନିହତ କରିଥିବା କହୁଛି । କିନ୍ତୁ ସତ ଅଧିକ ସମୟ ପର୍ଯ୍ୟନ୍ତ ଲୁଚିକି ରହିବ ନାହିଁ ।” ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି । ଜବାବୀ ଆକ୍ରମଣରେ ଇରାନର ସେନା ଓ ଇସଲାମିକ ରିଭ୍ୟୁଲୋସନାରୀ ଗାର୍ଡ କର୍ପସ୍ ଅନେକ ସମ୍ବେଦନଶୀଳ ଓ ରଣନୀତିକ ଠିକଣା ଉପରେ ଶତାଧିକ ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛନ୍ତି । ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ଇରାନର ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିବା ଏବଂ ଜାତୀୟ ଏକତାକୁ ଭାଙ୍ଗିବା । କିନ୍ତୁ, ଏହି ଲକ୍ଷ୍ୟ ହାସଲ ହୋଇ ପାରିବ ନାହିଁ ।”

LEAVE A REPLY

Please enter your comment!
Please enter your name here